ଓଡିଶାରୁ ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର…

ବ୍ରହ୍ମପୁର : ଓଡିଶାରୁ ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣ ଚେର।ଝାରଖଣ୍ଡ ଏବଂ ୟୁପି ଆଦି ବାହାର ରାଜ୍ୟକୁ ଗଂଜେଇ ଚୋରା ଚାଲାଣହେଉଥିବା ବେଳେ ଭଂଜନଗର ବସ୍‌ଷ୍ଟାଣ୍ଡ ଉପରେ ଚଢ଼ାଉ କରି ୪ ଜଣକୁ ଗିରଫ କରିବା ସହ ୪୧ କିଲୋ ଗଂଜେଇ ଜବତ କରିଛି ବ୍ରହ୍ମପୁର ଗୁଇନ୍ଦା ବିଭାଗ

ଅଭିନେତା ମହେଶଙ୍କୁ ୫.୪ କୋଟିର ଚୁନ ଲଗାଇ ଓକିଲ ଫେରାର

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ମହେଶ କୁମାର ଠକାମୀର ଶିକାର ହୋଇଛନ୍ତି। ଜଣେ ଓକିଲ ତାଙ୍କୁ ବିଭିନ୍ନ ଆଳ ଦେଖାଇ ୫.୪ କୋଟି ଟଙ୍କା ଠକି ନେଇଛନ୍ତି। ଗୋଟିଏ ଜମି ବିବାଦ ମାମଲାରୁ ସୁରକ୍ଷା ପାଇବା ପାଇଁ ମହେଶ ହରିଆଣାର ଜଣେ ଓକିଲଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଦେଇଥିଲେ। ହେଲେ ସେ

ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଲଗାତାର ୧୦ ଦିନ ଶୁଣାଣି ଚାଲିବା ପରେ ଆଜି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। କର୍ଣ୍ଣାଟକ ହାଇକୋର୍ଟଙ୍କ ହିଜାବ ପ୍ରତିପକ୍ଷ ରାୟ ଏବଂ ତଥା ଏଥିରେ ଧାର୍ମିକ ପ୍ରସଙ୍ଗ ଏବଂ ପିଏଫଆଇର ଭୂମିକାକୁ ନେଇ ଶୁଣାଣି ହୋଇଥିଲା।

ସଚିନ ପାଇଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଗେହଲଟ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସଚିନ ପାଇଲଟଙ୍କୁ ମିଳିବ। ଗେହଲଟ ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କୁ

ଶିଳ୍ପ ପାଇଁ ଗଞ୍ଜେଇ: ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ

ଡେରାଡୁନ: ଶିଳ୍ପ କ୍ଷେତ୍ରରେ ଗଞ୍ଜେଇର ବ୍ୟବହାର ପାଇଁ ଆରମ୍ଭ ହୋଇଛି ଉତ୍ପାଦନ। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଗଞ୍ଜେଇ ଶିଳ୍ପକୁ ଅନୁମତି ଦେଇଛି। ୬ ବର୍ଷ ତଳେ ଉତ୍ତରାଖଣ୍ଡରେ ଗଞ୍ଜେଇ ଚାଷ ପାଇଁ ଅନୁମତି ମିଳିଥିଲା। ଏଠାରେ ଇଣ୍ଡଷ୍ଟ୍ରିଆଲ ହେମ୍ପ ବା ନିଶା ଉପାଦାନ କମ ଥିବା ତଥା

ସାତଦିନ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ମିଣିଆ ପଞ୍ଚାୟତ ରେ ଆଜକୁ ସାତ ଦିନ ତଳେ କୌଣସି କାରଣ ବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ବ ପରିବାର ଅନ୍ଧାରରେ ରହୁଛନ୍ତି l ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ

ମୋହନ ଭାଗବତ ଏହି ଦେଶର ‘ରାଷ୍ଟ୍ର ପିତା’ ଏବଂ ‘ରାଷ୍ଟ୍ର-ଋଷି’: ଭେଟିବା ପ‌ରେ କହିଲେ ମୌଲବୀ ଇଲିୟାସି

ନୂଆଦିଲ୍ଲୀ: ଆଜି ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ଦିଲ୍ଲୀର କେନ୍ଦ୍ରାଞ୍ଚଳରେ ଥିବା ଗୋଟାଏ ମସ୍‌ଜିଦ୍‌କୁ ଯାଇ ‘ଅଲ୍‌ଇଣ୍ଡିଆ ଇମାମ୍‌ ଅର୍ଗାନାଇଜେସନ୍‌’ର ମୁଖ୍ୟ ମୌଲବୀ ଉମର୍‌ ଅହମଦ୍‌ ଇଲିୟାସିଙ୍କୁ ଭେଟିଥିଲେ। ବାର୍ତ୍ତାଳାପ ପରେ ଇମାମ୍ ମୁଖ୍ୟ ଉମର୍‌ ଅହମଦ୍‌ ଇଲିୟାସି

ଚୀନ୍‌ ନୁହେଁ, ବରଂ; ଭାରତରେ ମରିବାକୁ ପସନ୍ଦ କରିବି: ଦଲାଇ ଲାମା

ଧର୍ମଶାଳା: ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଗୁରୁବାର ଦିନ କହିଛନ୍ତି ଯେ ସେ କୃତ୍ରିମ ତଥା କପଟୀ ଚୀନ୍‌ ଅଧିକାରୀଙ୍କ ପରିବର୍ତ୍ତେ ଭାରତର ପ୍ରକୃତ ଏବଂ ସ୍ନେହୀ ଲୋକମାନଙ୍କ ଦ୍ୱାରା ଘେରି ହୋଇ ରହିଥିବା କାଳରେ ତାଙ୍କର ଶେଷ ନିଶ୍ୱାସ ନେବାକୁ ପସନ୍ଦ କରିବେ।ଆମେରିକାର ଶାନ୍ତି

ସରିଲା ଛତିଶା ନିଯୋଗ ବୈଠକ

ପୁରୀ ୨୨/୦୯: ପୁରୀରେ ଶ୍ରୀମନ୍ଦିର ପ୍ରଶସନ ପକ୍ଷରୁ ପୁରୀ ଜିଲ୍ଲାପଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ଏହି  ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏଥିରେ କାର୍ତ୍ତିକ ପୁର୍ଣ୍ଣିମା ନୀତିକାନ୍ତି ଚୁଡାନ୍ତ ଚୁୁଡ଼ାନ୍ତ ହେବା ସହିତ ଏହା ଉପରେ

କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ସମୁଦାୟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି | ଏହି ସବୁ ପ୍ରସ୍ତାବ ମଧ୍ୟରେ ଜଳସମ୍ପଦ ବିଭାଗର ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି |