ସ୍ୱାଭିମାନ ଅଞ୍ଚଳର ସ୍କୁଲ ଓ ଅଙ୍ଗନବାଡ଼ିକୁ ଯାଇ ପାଠ ପଢାଇବା ସହ ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଭିସାଲ ସିଂ ସ୍ୱାଭିମାନ ଅଞ୍ଚଳ ର ଯନ୍ତାପାଇ,ଟୋଟାଗୁଡା,ବିଦରପକନା ଓ ହନ୍ତାଳଗୁଡା କୁ ଯାଇ ସମସ୍ତ ଅଙ୍ଗନବାଡ଼ି ଓ ସ୍କୁଲ ମାନଙ୍କ ରୁପ ରେଖ କୁ ପରଖିଥିଲେ । ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟ ଓ କିଭଳି ଖାଇବାକୁ ଦିଆଯାଉଛି ତାହା ବାବଦରେ

ସେଟେଲମେଣ୍ଟ କାର୍ଯ୍ୟାଳୟର ଟିଣ ଉଡି ରେକର୍ଡ ରୁମରେ ପାଣି

ଫୁଲବାଣୀ : ଗତ ଶୁକ୍ରବାରଦିନ ହୋଇଥିବା ଉପରବେଳା ବର୍ଷା ପବନରେ ଉଡିଯାଇଛି ଫୁଲବାଣୀ ସେଟେଲମେଣ୍ଟ କାର୍ଯ୍ୟାଳୟର ଛପର । ସରକାରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଖର୍ଚ୍ଚ ହେଉଛି ଅଥଚ ଫୁଲବାଣୀ ସେଟେଲମେଣ୍ଟ କାର୍ଯ୍ୟାଳୟ ପ୍ରତି କାହାର ନଜର ପଡୁନି ।ଉଣେଇସି ଶହ

ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ

ନୟାଗଡ଼: ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ। ଜିଓଲୋଜିକାଲ ସର୍ଭେରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ଦଶପଲ୍ଲାର ତୁମାଣ୍ଡି ଅଞ୍ଚଳରେ ମାଟି ତଳେ ପ୍ରଚୁର ପରିମାଣର ଗ୍ରାଫାଇଟ ଥିବା ସାଟେଲାଇଟ ସର୍ଭେରୁ ଜଣାପଡ଼ିଛି । ଏନେଇ ଗତ ଗତ ୩ ମାସ ଧରି ସର୍ଭେ ଚଳାଇଛି ଭାରତୀୟ ଭୁ ବିଜ୍ଞାନ

ଏକକାଳୀନ ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ, ୟୁଜିସି ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ | ଏଣିକି ଫିଜିକାଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରି କୋର୍ସ କରିବାକୁ ଅନୁମତି ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଷ୍ପତ୍ତି ନେଇଛି। ୟୁଜିସି ଅଧ୍ୟକ୍ଷ

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି : ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ

ନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା

କଲମ୍ବୋ: ଦିନକୁ ଦିନ ଶ୍ରୀଲଙ୍କାରେ ଘନେଇବାରେ ଲାଗିଛି ଆର୍ଥିକ ସଙ୍କଟ। ଋଣ ବୋଝରେ ପୋତି ହୋଇଗଲାଣି ଦେଶ। ଖାଦ୍ୟ ଓ ଅତ୍ୟାବାଶ୍ୟକ ସାମଗ୍ରୀକୁ ନେଇ ଏଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦରଦାମ୍‌ ହୁ ହୁ ହୋଇ ବଢ଼ି ଚାଲିଛି। ଏହାରି ଭିତରେ ନିଜକୁ ଦେବାଳିଆ ଘୋଷଣା କରିଛି

ମୃତକଙ୍କ ପରିବାରବର୍ଗଙ୍କୁ ‘ଓଡ଼ିଶା ମୋ ପରିବାର’ର ସହାୟତା

ଭୁବନେଶ୍ୱର: ଅସହାୟ ପରିବାର ବର୍ଗଙ୍କର ଦୁଃଖରେ ସାଥି ହୋଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ୮୦ ବର୍ଷିୟା ବୃଦ୍ଧା ପାର୍ବତୀ ଭୂୟାଁ, ଗତ ମାର୍ଚ୍ଚ ୩ ତାରିଖରେ ଅସୁସ୍ଥ ହୋଇ କଟକ ବଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଗତ

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନବନିର୍ବାଚିତ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଆଜି ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋମବାର ଶରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଏହି ଶୁଭେଚ୍ଛା ବାର୍ତ୍ତାକୁ

ରାଜ୍ୟରେ କାଳାବୈଶାଖୀ ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କାଳାବୈଶାଖୀ ଓ ବଜ୍ରପାତ ସମ୍ଭାବନା । ଏନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ କନ୍ଧମାଳ । ଏହି ସବୁ ଜିଲ୍ଲା ପାଇଁ ପାଣିପାଗ

ଏପ୍ରିଲ ୧୪ ଓ ୧୫ରେ ବନ୍ଦ ରହିବ ‘ଏମ୍‌ସ’ର ଓପିଡି ସେବା

ଭୁବନେଶ୍ବର: ଆସନ୍ତା ୧୪ ଓ ୧୫ ତାରିଖ ଭୁବନେଶ୍ବର ଏମ୍‌ସର ବର୍ହିବିଭାଗ (ଓପିଡି) ବନ୍ଦ ରହିବ। ମହାବୀର ଜୟନ୍ତୀ ଓ ଗୁଡ୍‌ ଫ୍ରାଇଡେ୍‌ ଅବସରରେ ଏହ ୨ ଦିନ ଓପିଡି ସେବା ବନ୍ଦ ରହିବ। ଏମ୍‌ସ କର୍ତ୍ତୃପକ୍ଷ ତରଫରୁ ଏନେଇ ନୋଟିସ୍‌ ଜାରି ହୋଇଛି। ସୂଚନା ଅନୁସାରେ ଆସନ୍ତା ୧୪ ତାରିଖ