ଧାମରାରୁ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବ ବାତ୍ୟା !

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦେଇ ବାତ୍ୟା ଯିବନି । କିନ୍ତୁ ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ

ଧର୍ମଶାଳାରୁ ଧଳା ଜହର ଜବତ: ୪ଗିରଫ

ଯାଜପୁର ୨୧/୧୦: ୧୭ ଗ୍ରାମ୍ରୁ‌ ଅଧିକ ବ୍ରାଉନ ସୁଗାର ସହିତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଯାଜପୁର ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସର ମିଳିତ ଉଦ୍ୟମରେ ଏହି ଧଳା ଜହର ଜବତ ହୋଇଛି। ସୂଚନା ଥାଉକି, ଗତକାଲି ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ଼

ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଧାମରା: ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ବୀପରୁ ଆଜି ସକାଳ ସାଢ଼େ ୯ଟାରେ ଅଗ୍ନି ପ୍ରାଇମି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା

ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ

ଇସଲାମାବାଦ: ଉପହାର ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ପାକିସ୍ତାନ ନିର୍ବାଚନ କମିଶନ। ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥିସହ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର ସଦସ୍ୟ ରହିପାରିବେ ନାହିଁ ବୋଲି କମିଶନ କହିଛନ୍ତି।

ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି କୁହନି: ନୀତୀଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ବି ବିଜଚେପି ଯୋଗାଯୋଗରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିବା ପରେ ରାଜନୈତିକ ପାଣିପାଗ ଉସ୍ମ ହୋଇଛି। ଏ ସମ୍ପର୍କରେ ନୀତୀଶ କୁମାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ,ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି

ପରାଜୟ ପାଇଁ ମୁଁ ବିବ୍ରତ ନୁହଁ: ଶଶି ଥରୁର

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନରେ ନିଜ ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖାଡ଼ଗେଙ୍କଠାରୁ ଶଶି ଥରୁର ପରାସ୍ତ ହୋଇଛନ୍ତି। ଏହାକୁ ନେଇ ଶଶି ଥରୁର କହିଛନ୍ତି ଯେ, ଦଳର ପୂର୍ଣ୍ଣ ସମର୍ଥନ ତାଙ୍କ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ପଛରେ ଥିବା ପ୍ରଥମରୁ

ଦିଲ୍ଲୀରେ ନକଲି ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୁଲିସ ଜଣେ ଚାଇନା ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ହେଉଛନ୍ତି କାଇ ରୁଓ ଏବଂ ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା

ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳ ରସ ଚଢ଼ାଇଦେଲେ, ରୋଗୀ ମୃତ

ଲକ୍ଷ୍ନୌ: ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳ ରସ ଚଢ଼ାଇ ଦିଆଗଲା । ଫଳରେ ରୋଗୀର ମୃତ୍ୟୁ ହେବାରୁ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସିଲ୍ କରି ଦିଆଯାଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ଘରୋଇ ହସ୍ପିଟାଲରେ ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ଦିଆଯିବାର ଥିଲା । ହେଲେ ହସ୍ପିଟାଲ

କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି, ରୋପ୍ ୱେ ପାଇଁ କଲେ ଶିଳାନ୍ୟାସ

କେଦାରନାଥ ୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ଏହି ଅବସରରରେ ସେ ପ୍ରଥମେ କେଦାରନାଥ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ବାବା କେଦାରଙ୍କ ପୂଜା ପରେ ପ୍ରଧାନମନ୍ତ୍ରୀ କେଦାରନାଥ ରୋପ୍ ୱେ ଲାଗି ଶିଳାନ୍ୟାସ କରିଛନ୍ତି।ଏହା ପରେ ମୋଦି

’ଗୀତାରେ ବି ରହିଛି ଜିହାଦ’, ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଳୀ୨୧/୧୦: ଜିହାଦକୁ ନେଇ ବିବାଦୀୟ ବୟାନ ଦେଇ ଏବେ ବିବାଦରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ। ଏକ ପୁସ୍ତକ ଉନ୍ମୋଚନ ଅବସରରେ ଜିହାଦକୁ ନେଇ ଦେଇଥିବା ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ବୟାନକୁ ନେଇ ଏବେ ବିଜେପି ଟାର୍ଗେଟରେ କଂଗ୍ରେସ।